ରେଶମ ସହରରୁ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ

ବ୍ରହ୍ମପୁର- ରେଶମ ସହର ବ୍ରହ୍ମପୁରରେ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ସହରର ବଡବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୂଆଗାଁ ପୋଲିସ ଚଢାଉ କରି ଭେଜାଲ ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି ।

ଦୁଇଟି ମେସିନ ମଧ୍ୟ ଜବତ କରିଛି ପୋଲିସ । ଏକ ଘର ଭିତରେ ମେସିନ ରଖି ହଳଦୀ ଓ ଲଙ୍କାଗୁଣ୍ଡ ପ୍ୟାକ୍ କରାଯାଉଥିଲା । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଷାଣୀ ନୂଆ ଗାଁ ପୋଲିସ ଚଢାଉ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.