ଶ୍ରୀମନ୍ଦିରରେ ଦର୍ଶନ ପାଇଁ ନୂଆ ଏସଓପି, ବାହାର ରାଜ୍ୟର ଭକ୍ତଙ୍କ ପାଇଁ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରାଯାଇଛି । ରାଜ୍ୟ ବାହାରର ଭକ୍ତଙ୍କ ପାଇଁ କଟକଣା କଡାକଡି କରାଯାଇଛି । ଏଣିକି ୭୨ ଘଂଟା ନୁହେଁ , ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୨ଟି ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ଦେଖାଇବା ଜରୁରୀ ।

ଶ୍ରୀମନ୍ଦିର ଭିତରେ ପାନ ଗୁଟୁଖା ଖାଇବା କିମ୍ବା ଛେପ ପକାଇବା ନିଷେଧ କରାଯାଇଛି । ଏହି ନିୟମ ଉଲଂଘନ କଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିବ । ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ ।

ଶ୍ରୀମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ସ୍ପର୍ଶ କରିବା ବାରଣ ହୋଇଛି । ଭକ୍ତମାନେ ଦୀପ ବି ଜାଳିପାରିବେ ନାହିଁ । ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରସାବ ସେବନ ପାଇଁ ଅନୁମତି ମିଳିଛି । ୧୯ ତାରିଖରୁ ନୂଆ ଏସଓପି ଆଧାରରେ ଦର୍ଶନ ହେବ ।

Comments are closed.