ସାତ ମହାଦେଶକୁ ବ୍ୟାପିଲା କରୋନା, ଆଣ୍ଟାର୍କଟିକାରେ ବି ପହଞ୍ଚିଲା

ନୂଆଦିଲ୍ଲୀ – କରୋନା ଭାଇରସ୍ ଏବେ ଆଣ୍ଟାର୍କଟିକାରେ ବି ପହଞ୍ଚିଛି । ଏଥିସହ ବିଶ୍ୱର ସାତଟି ଯାକ ମହାଦେଶରେ ଏବେ ଏହି ମହାମାରୀ ନିଜର ଉପସ୍ଥିତି ଜାହିର କରିଛି । ଆଣ୍ଟାର୍କଟିକା ଏଯାବତ୍ କରୋନାରୁ ମୁକ୍ତ ଥିଲା । ଆଣ୍ଟାର୍କଟିକାର ଏକ ଦ୍ୱୀପରେ ଥିବା ଚିଲିର ଏକ ରିସର୍ଚ ଷ୍ଟେସନରେ ୩୬ ମାମଲା ଚିହ୍ନଟ ହୋଇଥିବା ଚିଲି ସେନା ତରଫରୁ କୁହାଯାଇଛି ।ଏହି ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ସୈନିକ ଓ ୧୦ ଜଣ ମେଣ୍ଟେନେନ୍ସ କର୍ମଚାରୀ ବୋଲି ଜଣାପଡିଛି ।

ଏହି ସବୁ ଆକ୍ରାନ୍ତଙ୍କୁ ଚିଲି ଫେରିବାକୁ କୁହାଯାଇଛି । ଉକ୍ତ ରିଚର୍ସ ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ଯାଇଥିବା ଏକ ଜାହାଜରେ ତିନି ଜଣ ଲୋକ କୋଭିଡ୍ ପଜିଟିଭ୍ ଥିଲେ ବୋଲି କିଛିଦିନ ତଳେ ଚିଲି ସେନା ତରଫରୁ ସ୍ପଷ୍ଟ କରାଯାଇଥିଲା । ସେମାନଙ୍କ ସଂସ୍ପର୍ଶରେ ଆସି ରିସର୍ଚ ଷ୍ଟେସନର କର୍ମଚାରୀ ଆକ୍ରାନ୍ତ ହୋଇଥିବା ମନେ କରାଯାଉଛି । କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ୬ ଦକ୍ଷିଣ ଆମେରିକୀୟ ଦେଶ ମଧ୍ୟରେ ଚିଲି ଅନ୍ୟତମ । ଏହି ଦେଶରେ ଏଯାବତ ୫୮୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି ।

Comments are closed.