ମହିଳା ଦିବସ ପୂର୍ବରୁ ସଶକ୍ତିକରଣର ଅଭିନବ ବାର୍ତ୍ତା ଦେଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା

ୟୁନିଫର୍ମ ପିନ୍ଧି ଓହ୍ଲାଇଲେ ନିଜର ପରୀକ୍ଷାମୂଳକ ଚାଷଜମିକୁ

ସମ୍ବଲପୁର: ଏକ ଏକର ଜମିରେ ୨୦ କିସମର ରିସର୍ଚ୍ଚ ଧାନ ଚାଷ କରିଛି ଏସଏଚଜି, ସମାନ ରଙ୍ଗର ଡ୍ରେସ କୋଡ ପିନ୍ଧି କରୁଛନ୍ତି ଚାଷ, ଏହି ଉନ୍ନକିସମ ଧାନ ବିହନ ପ୍ରଦର୍ଶନୀ ଖେତ କରି କୃଷି ବିଭାଗଠାରୁ ସାଉଁଟିଛନ୍ତି ପ୍ରଶଂସା । ନିଜେ ସାର ସିଂଚନ, ହିଡ ସଫା, ଘାସ ବଛାଠାରୁ ଆରମ୍ଭ କରି ମଜା ନେଉଛନ୍ତି ଚାଷର ଏହି ମହିଳାମାନେ ।

ନୂଆପିଢି ଚାଷ ଛାଡୁଥିବାବେଳେ ଏମାନେ ଆରମ୍ଭ କରିଛନ୍ତି ଚାଷର ନୂଆ ଧାରା, ପ୍ରତ୍ୟହ ଗୋଟିଏ ରଙ୍ଗର ଶାଢୀ ପିନ୍ଧି କରୁଛନ୍ତି ସବୁ ପ୍ରକାରର ବିଲ କାମ, ମଝି ମଝିରେ ଗାଉଛନ୍ତି ଗୀତ । କୌଣସି ପୁରୁଷଠାରୁ କମ୍ ନୁହନ୍ତି ଏମାନେ । ବିହାର ପାଟନାର କୃଷି ଗବେଷଣା କେନ୍ଦ୍ରଠାରୁ ୨୦ ପ୍ରକାରର ରିସର୍ଚ୍ଚ ବିହନ ଆଣି କରିଛନ୍ତି ଧାଡି ଚାଷ । ସେପଟେ ଏଠାରୁ ଉତ୍ପାଦିତ ମଂଜିକୁ ଅଂଚଳରେ ଚାଷୀଙ୍କୁ ବାଣ୍ଟିବାର ଯୋଜନା ରଖିଛି ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ।

ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ମହିଳାମାନେ ଗୋଟିଏ ରଙ୍ଗର ଶାଢି ପିନ୍ଧିବେ, ଗୀତ ଗାଇବେ ଓ ବିଲରେ ଧାଡି ଧାଡି ହୋଇ ଛିଡା ହୋଇଛି କୋଡି ଧରି କାମ କରିବେ । ହଁ ଆଜ୍ଞା ଏହା କରିଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ହଳଦୀ ଗାଁର ବୀର ବଜରଙ୍ଗବଳୀ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ । ହାତରେ କୋଡି ଧରି ବିଲରେ କାମ କରୁଛନ୍ତି, ନିଜେ ସାର ଛିଂଛନ କରିବାଠାରୁ ଆରମ୍ଭ କରି ବିନା କୌଣସି ପୁରୁଷର ସହଯୋଗରେ ଧାନ ପହ୍ଲା ରୁଆଠାରୁ ଆରମ୍ଭ କରି ହିଡ ସଫା ସବୁଥିରେ ନିଜେ । ତେବେ କେବଳ ପାରମ୍ଫରିକ ଚାଷ ନୁହେଁ । ପଦ୍ଧତି ସିନା ପାରମ୍ଫରିକ, ହେଲେ ୨୦ ପ୍ରକାରର ରିସଚ୍ଚ ଧାନ ଏମାନେ ବିଲରେ ଲଗାଇଛନ୍ତି । ଏସବୁ ଆସିଛି ବିହାର ପଟନାର କୃଷି ଗବେଷଣା କେନ୍ଦ୍ରରୁ । ଯେଉଁ ବିହନ ଓଡିଶା ପାଇଁ ନୂଆଁ । କିନ୍ତୁ ସବୁଠାରୁ ବଡ କଥା ହେଲା ଏମାନେ ଖେତରେ ବି ଡ୍ରେସ କୋଡ ପିନ୍ଧିବା ସହ ଅଫିସ ଗଲା ପରି ଡେକୋରମ୍ ମେନଟେନ କରି ଚର୍ଚ୍ଚାରେ ।

ତେବେ ଏମାନଙ୍କ ପାଖରେ ଜମି ନଥିବାରୁ ଏକ ଏକର ଜମିକୁ ଲିଜ ସୂତ୍ରେ ଆଣି ଚାଷ କରୁଛନ୍ତି । ସେପେଟ ଏମାନଙ୍କୁ ଉତ୍ସୁକତା ଦେଖି ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବା ଇରି ଧାନ ଯୋଗାଇ ଦେଇଛି । ସେପେଟେ ଚାଷ ବାସରେ ଏତେ ସୌନ୍ଦର୍ଯତା ଓ ନିଷ୍ଠା ଦେଖି ଓଡିଶା କୃଷି ବିଭାଗ ବି ଏମାନଙ୍କୁ ପ୍ରଶଂସା କରିବାରେ ପଛାଇନି । ତେବେ ଓଡିଶାରେ ଚାଷ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ଏମାନଙ୍କ ଦ୍ୱାରା ଆଦୃତ ରିସର୍ଚ୍ଚ ଧାନ ନୂଆ ଦିଗ ଦେଖାଇବ । ତେବେ ପ୍ରତ୍ୟେକ ୨୦ଟି କିଆରିର ଅଲଗା ଅଲଗା ପରୀକ୍ଷା ସାଙ୍ଗକୁ କ୍ରପ କଟିଂ ମଧ୍ୟ କରାଯିବ । ତେବେ ଏମାନଙ୍କୁ ଆନୁଷଙ୍ଗିକ ବୈଷୟିକ ଜ୍ଞାନ ଯୋଗାଇବାରେ ସହଯୋଗ କରୁଛନ୍ତି ସମ୍ବଲପୁରର କିଛି ସଂଗଠନ ।

Comments are closed.