ସଚିନ ତେନ୍ଦୁଲକର କରୋନା ସଂକ୍ରମିତ

ମୁମ୍ବାଇ – ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇଛନ୍ତି । ସଚିନ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସଚିନ କହିଛନ୍ତି ।

ସଚିନ କହିଛନ୍ତି, ସେ କରୋନାରୁ ଦୂରେଇ ରହିବା ପାଇଁ ସବୁଦିନେ ନିଜର ଟେଷ୍ଟିଂ କରୁଥିଲେ । କିନ୍ତୁ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ଠାରେ ଏହି ରୋଗର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି । ତେବେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ସେ ଘରେ ଆଇସୋଲେସନରେ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁ କୋଭିଡ୍ ପ୍ରୋଟୋକଲ ଅନୁସରଣ କରୁଛନ୍ତି ବୋଲି ସଚିନ କହିଛନ୍ତି ।

Comments are closed.