କନ୍ଧମାଳ ଜିଲ୍ଲା ବିକାଶର ବ୍ଲୁ ପ୍ରିଣ୍ଟ : ସମୀକ୍ଷା କଲେ ୫ଟି ସଚିବ

କନ୍ଧମାଳ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୂଦାରୀ ସ୍ଥିତ ଏରୋ ଡ୍ରମ ପଡିଆ ରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ,ଲୋକେ ତାର ସୁଫଳ ପାଉଛନ୍ତି କି ନାହିଁ ସେସବୁ କାର୍ଯ୍ୟର ସମୀକ୍ଷା କରିଥିଲେ 5ଟି ସଚିବ ଓ ମୁଖ୍ୟ ଶାସନସଚିବ l ଫୁଲବାଣୀ ନିକଟ ତିଲକପଡ଼ା ଠାରେ ପ୍ରତିଷ୍ଠା ହେବାକୁଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ସ୍ଥାନ ବୁଲି ଦେଖି ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।ମେଡିକାଲ କଲେଜର ଡିଜାଇନ ଦେଖି ଥିଲେ l

ସେହିପରି ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁଥିବା ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିକୁ ଯାଇ ସେଠାର ଶିକ୍ଷାବ୍ୟବସ୍ଥା, ଭିତ୍ତିଭୂମୀ ଓ ପରିବେଶ ଆଦି ବୁଲି ଦେଖିଥିଲେ । ସେହିପରି ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ ।

୫ଟି ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଲୁମିନି କମିଟି ସଦସ୍ୟମାନେ ଉପସ୍ଥିତ ରହି କୋଭିଡ଼ ୧୯ଗାଇଡ ଲାଇନ ମାନି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ସେହିପରି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର , ସ୍ଵାସ୍ଥ୍ୟ ସଚିବ, ପୂର୍ତ ସଚିବ କ୍ରିଷ୍ଣ କୁମାର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଆର୍ ଭିନିଲ କ୍ରିଷ୍ଣା ଓ ଅନ୍ୟ ବରିଷ୍ଟ ଅଧିକାରୀମାନେ ମଧ୍ୟ କନ୍ଧମାଳ ଗ୍ରସ୍ତ ରେ ଆସି ଥିଲେ। ଗୁଦାରୀ ପଡିଆ ବଙ୍ଗଳାରେ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି., ଏସପି ଭିନିତ ଅଗ୍ରୱ।ଲ,ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନାଏକ, ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବିଡିଓ ଫୁଲବାଣ ଶାନ୍ତନୁ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.