ନିମ୍ନଗାମୀ ହେବାରେ ଲାଗିଛି ରାଜ୍ୟର କୋରୋନା ସଂକ୍ରମଣ ଗ୍ରାଫ୍‌, ୨୪ ଘଂଟାରେ ନୂଆ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଶହରୁ ତଳେ

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଏହି ସଂଖ୍ୟା ୭ ଶହରୁ ତଳେ ରହିଛି । ଚିହ୍ନଟ ହୋଇଛନ୍ତି ମାତ୍ର ୬୪୪ ନୂଆ ଆକ୍ରାନ୍ତ । ସଂଗରୋଧରୁ ୩୭୧ ଓ ସ୍ଥାନୀୟ ଅଂଚଳରୁ ୨୭୩ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୨, ମୟୂରଭଂରୁ ୫୯, କଟକରୁ ୩୮, କେନ୍ଦୁଝରରୁ ୩୭, ପୁରୀରୁ ୩୪ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨କୁ ବୃଦ୍ଧି ପାଇଥିବା ବେଳେ ଏ ଯାଏଁ ୨ ଲକ୍ଷ ୯୯ ହଜାର ୧୫୯ ସୁସ୍ଥ ହୋଇସାରିଲେଣି । ୯ ହଜାର ୨୮୦ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.