ଦେଶରେ ୨୪ ଘଂଟା ମଧ୍ୟରେ ୬୩ ହଜାର ୩୭୧ ନୂଆ କୋରୋନା ମାମଲା, ୮୯୫ ଜଣଙ୍କ ମୃତ୍ୟୁ, ଦିନକରେ ୭୦ ହଜାର ୩୩୮ ସୁସ୍ଥ

ନୂଆଦିଲ୍ଲୀ – ଗତ ୨୪ ଘଂଟା ମଧ୍ୟରେ ଭାରତରେ ୬୩ ହଜାର ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୮କୁ ବୃଦ୍ଧି ପାଇଛି । ଦିନକରେ ୭୦ ହଜାର ୩୩୮ ଜଣ ସୁସ୍ଥ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧କୁ ବୃଦ୍ଧି ପାଇଛି । ଏଯାବତ ୬୪ ଲକ୍ଷ ୫୩ ହଜାର ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ୮ ଲକ୍ଷ ୪ ହଜାର ୫୨୮ କୋରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.