ପୁରୀରେ ପ୍ରାତଃ ଓ ସଂଧ୍ୟ ଭ୍ରମଣ ଉପରେ କଟକଣା

ପୁରୀ- ପୁରୀରେ ପ୍ରାତଃ ଓ ସାଂଧ୍ୟ ଭ୍ରମଣ ଉପରେ କଟକଣା ଜାରି କରାଯାଇଛି । ସକାଳ ୬ଟା ପରେ ଓ ସଂଧ୍ୟାରେ ବୁଲିଲେ ଜରିମାନା ଆଦାୟ କରାଯିବ । ଲକଡାଉନ ନିୟମ ଉଲ୍ଲଂଘନ କରି କିଛି ଅମାନିଆ ସକାଳ ୬ଟା ପରେ ଓ ସଂଧ୍ୟାରେ ବି ବୁଲୁଥିବାରୁ ଏଭଳି କଟକଣା ଜାରି କରାଯାଇଛି । ଲକଡାଉନ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଏସପି । ପୁରୀରେ କୋରୋନାର ଦ୍ୱିତୀୟ ଲହର ତୀବ୍ର ହୋଇଛି । ଗତ ୨୪ ଘଂଟାରେ ପୁରୀ ଜିଲ୍ଲାରେ ୭୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.