୩ ମାସ ପରେ ଭାରତରେ ସବୁଠୁ କମ୍ ଦୈନିକ କୋରୋନା ମାମଲା, ୨୪ ଘଂଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ, ମୃତ୍ୟୁ ସଂଖ୍ୟା ୪୮୦

ନୂଆଦିଲ୍ଲୀ – ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୪୮୦ ଜଣ ପ୍ରାଣ ହରାଇଛନ୍ତି । ବହୁ ଦିନ ପରେ ଦୈନିକ ମୃତ୍ୟୁସଂଖା ୫ ଶହରୁ କମ୍ ରହିଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମ୍ ୫୦ ହଜାରରୁ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୫ ହଜାର ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୫୯ରେ ପହଂଚିଛି । ଏଥିମଧ୍ୟରୁ ୭୧ ଲକ୍ଷ ୩୭ ହଜାର ୨୨୮ ଜଣ ସୁସ୍ଥ ହୋଇଥିବା ବେଳେ ୬ ଲକ୍ଷ ୫୩ ହଜାର ୭୧୭ ଜମ ଚିକିତ୍ସାଧୀନ ଅଛନ୍ତି ।

Comments are closed.