୨୫ ବର୍ଷ ପରେ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ହେବ ନାଗାର୍ଜୁନ ବେଶ, ଶ୍ରୀମନ୍ଦିରରେ ବେଶ ଲାଗି ହେଲା ଅନୁକୂଳ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ ହୋଇଛି । ଦୀର୍ଘ ୨୫ ବର୍ଷ ପରେ ପୁଣି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ । ନଭେମ୍ବର ୨୭ ତାରିଖରେ ଏହି ବେଶ ହେବେ ଶ୍ରୀଜିଉ । ଏଥିପାଇଁ ଆଜି ଅନୁକୂଳ ଆରମ୍ଭ ହୋଇଛି । ସକାଳ ୯ଟାରେ ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ବେଶ ପାଇଁ ଅନୁକୂଳ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଚକ୍ରକୋଟ ବଳରାମ ଖୁଂଟିଆ ନାଗାର୍ଜୁନ ବେଶର ଅନୁକୂଳ କରିଛନ୍ତି । ଶେଷ ଥର ପାଇଁ ୧୯୯୪ ମସିହାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥିଲା । ପରମ୍ପରା ଅନୁସାରେ ଯେଉଁ ବର୍ଷ କାର୍ତିକ ମାସରେ ପଂଚକ ୬ ଦିନ ପଡେ, ସେହି ବର୍ଷ ମହାପ୍ରଭୁ ନାଗାର୍ଜୁନ ବେଶରେ ସଜେଇ ହୁଅନ୍ତି ।

Comments are closed.