ରାଜ୍ୟରେ ୧୫ ଶହରୁ ତଳକୁ ଖସିଲା ଦୈନିକ କୋରୋନା ପଜିଟିଭ ସଂଖ୍ୟା ,୨୪ ଘଂଟାରେ ୧୪୮୦ ନୂଆ ରୋଗୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୪୧

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଂଟାରେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୫ ଶହରୁ ତଳେ ରହିିଛି । ମୋଟ ୧ ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମାତ୍ର ୧୧୦ ଜଣ ଚିହ୍ନଟ ହୋଇଛନ୍ତି,ଯାହା କି ଗତ କିଛି ମାସରେ ସର୍ବନିମ୍ନ । କଟକରୁ ୧୦୬ ଚିହ୍ନଟ ହୋଇଛନ୍ତି । ଦିନକରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୪୧ କୋରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ମୟୂରଭଂଜରୁ ୧୧୩, ସୁନ୍ଦରଗଡରୁ ୯୦,  କେନ୍ଦୁଝରରୁ ୮୭, ବାଲେଶ୍ୱରରୁ ୮୪, ଜଗତସିଂହପୁରରୁ ୭୨, ଯାଜପୁରରୁ ୫୬, କେନ୍ଦ୍ରାପଡାରୁ ୫୧, ଝାରସୁଗୁଡାରୁ ୫୦, ବରଗଡରୁ ୪୯, ବଲାଙ୍ଗୀର ଓ ନୂଆପଡାରୁ ୪୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୪ ହଜାର ୧୦୨ ରୋଗୀ । ୧୭ ହଜାର ୨୮୧ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୫୯ରେ ପହଂଚିଛି ।

Comments are closed.