ସଂଗରୋଧରେ ରହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜେନିଭା- ସାରା ବିଶ୍ୱକୁ କୋରୋନା ସଚେତନତାର ବାର୍ତା ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନମ ଜଣେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲା ପରେ ନିଜକୁ ସଂଗରୋଧରେ ରଖିଛନ୍ତି । ସେ ସୁସ୍ଥ ଅଛନ୍ତି ଓ କୋରୋନାର କୌଣସି ଲକ୍ଷଣ ତାଙ୍କର ନାହିଁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କିଛି ଦିନ ସଂଗରୋଧରେ କହି ଘରୁ କାମ କରିବେ ବୋଲି କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ବି ସଂରୋଧରେ ରହିବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.