ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ଗସ୍ତରେ ଡିଜିପି ଅଭୟ ଏବଂ ବରିଷ୍ଠ ପୋଲିସ ପଦାଧିକାରୀ , ଗୁରୁସେତୁରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ମାଲକାନଗିରି – ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଗୁରୁସେତୁରେ କଂପାନି ଅପରେଟିଂ ବେସ୍ –ସିଓବି ସ୍ଥାପନ କରିବାର କିଛି ଦିନ ମଧ୍ୟରେ ହିଁ ଡିଜିପି ଅଭୟ ସେଠାକୁ ଯାଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ନିକଟରେ ସ୍ୱାଭିମାନ ଅଂଚଳରେ ଓଡିଶା ପୋଲିସ ଓ ବିଏସଏଫର ମିଳିତ ସିଓବି ପ୍ରତିଷ୍ଠା ହୋଇଛି । ଫଳରେ ଗୁରୁସେତୁ ଓ ପଣସପୁଟ ଅଂଚଳରେ ମାଓ ବିରୋଧୀ ଅଭିଯାନ ଫୋକସରେ ରହିଛି ।

ଆଜି ଡିଜିପି ଅଭୟ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ୍ସ, ଅମିତାଭ ଠାକୁର ଏବଂ ଆଇଜି ବିଏସଏଫ ପ୍ରମୁଖ ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି । ପୋଲିସ ଡିଜି ଓ ଅନ୍ୟ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ପିଲାମାନଙ୍କ ପାଇଁ ପୋଷାକ ଓ ପୁସ୍ତକ ବଂଟନ କରିଥିଲେ । ସଂପୃକ୍ତ ଅଂଚଳର ସାମଗ୍ରିକ ବିକାଶ ପାଇଁ ସେମାନେ ପ୍ରତିଶ୍ରୁତି ଦେବା ସହ ମାଓବାଦୀଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ ହେବା ପାଇଁ ପୁଣି ଥରେ ଅପିଲ୍ କରିଛନ୍ତି ।

ଡିଜିପି ଅଭୟ କୋରାପୁଟ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଗଂଜେଇ କାରବାରର ସଫଳ ମୁକାବିଲା ନେଇ ସେ କୋରାପୁଟ ପୋଲିସକୁ ପ୍ରଶଂସା କରିଛନ୍ତି ।

Comments are closed.