୫ ମାସ ପରେ ଗଞ୍ଜାମ ଜିଲ୍ଲାରେ ସକ୍ରିୟ କୋରୋନା ସଂଖ୍ୟା ୧୦୦ରୁ ତଳକୁ ଖସିଲା

ବ୍ରହ୍ମପୁର –କୋରୋନା ମୁକାବିଲାରେ ଗଞ୍ଜାମ ଜିଲ୍ଲା ‘ଜିରୋ ଆକ୍ଟିଭ କେସ୍‌’ ମିଶନ ଲକ୍ଷ୍ୟ ହାସଲର ନିକଟତର ହୋଇଛି । ବିଗତ କିଛି ସପ୍ତାହ ଧରି ଗଞ୍ଜାମ ଜିଲ୍ଲାରେ ସକ୍ରିୟ କୋରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ୫ ମାସରୁ ଅଧିକ ସମୟ ପରେ ଗଞ୍ଜାମ ଜିଲ୍ଲାରେ ସକ୍ରିୟ କୋରୋନା ମାମଲା ପ୍ରଥମ ଥର ପାଇଁ ୧୦୦ ତଳକୁ ଖସିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ଜିଲ୍ଲାରେ ଶୁକ୍ରବାର ଦିନ ୧୭ ରୋଗୀ ସୁସ୍ଥ ହେଲା ପରେ ସକ୍ରିୟ ମାମଲା ୯୩ ରହିଛି । ଏଥିସହ ଜିଲ୍ଲାରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ୨୧୧୨୬କୁ ବୃଦ୍ଧି ପାଇଛି । ପୂୂର୍ବରୁ ଶେଷ ଥର ପାଇଁ ଜିଲ୍ଲାରେ ଜୁନ ୧୭ ତାରିଖରେ ୧୦୦ରୁ କମ୍ ସକ୍ରିୟ ମାମଲା ରେକର୍ଡ କରାଯାଇଥିଲା । ସେତେବେଳେ ସକ୍ରିୟ ମାମଲା ଥିଲା ୭୩ ।

ଦିନେ ରାଜ୍ୟରେ କୋରୋନା ହଟସ୍ପଟ୍ ଜିଲ୍ଲା ଥିଲା ଗଞ୍ଜାମ । କିନ୍ତୁ ଜିଲ୍ଲାରେ ବର୍ତମାନ ସଫଳତାର ସହ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିଛି । କୋରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମ ମଡେଲ ସାରା ଦେଶରେ ପ୍ରଶଂସିତ ହୋଇଛି ।

Comments are closed.