କୋରୋନାର ତୃତୀୟ ଲହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଆରମ୍ଭ ହେବ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ ଅଭିଯାନ

ବ୍ରହ୍ମପୁର- କୋରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିଶୁମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ପାଇଁ ସବୁ ପ୍ରକାର ବିଶେଷ ବ୍ୟବସ୍ଥା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କୋରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି । ଯେକୌଣସି ସ୍ଥିତିର ଉଚିତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଜୁନ୍ ୯ , ବୁଧବାରଠାରୁ ଜିଲ୍ଲାରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନେ ନିୟୋଜିତ ହେବେ । ଘର ଘର ବୁଲି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବ ।

Comments are closed.