ମାଲକାନଗିରି ଜିଲ୍ଲାପାଳ ପଦରୁ ମନୀଷ ଅଗ୍ରୱାଲଙ୍କୁ ହଟାଗଲା, ୱାଇ. ବିଜୟ ନୂଆ ଜିଲ୍ଲାପାଳ

ଭୁବନେଶ୍ୱର- ମାଲକାନଗିରି ଜିଲ୍ଲାପାଳ ଭାବେ ମନୀଷ ଅଗ୍ରୱାଲଙ୍କୁ ହଟାଯାଇ ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ଉପସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ୱାଇ. ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ କରାଯାଇଛି । ପୂର୍ବରୁ ବିଜୟ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ । ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ମାଲକାନଗିରି ଜିଲ୍ଲାପାଳ ପଦରୁ ହଟାଯାଇଛି ।

Comments are closed.