ଓଡିଶା ପୋଲିସରେ ତୃତୀୟ ଲିଙ୍ଗୀଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର- ଓଡିଶା ପୋଲିସରେ ଏଣିକି ତୃତୀୟ ଲିଙ୍ଗୀମାନେ ବି ନିଯୁକ୍ତି ପାଇପାରିବେ । ଓଡିଶା ପୋଲିସର ସବ୍ ଇନସପେକ୍ଟର ପଦବୀ ପାଇଁ ସେମାନେ ଆବେଦନ କରିପାରିବେ । ଓଡିଶା ପୋଲିସ ପକ୍ଷରୁ ୪୭୭ଟି ସବ୍ –ଇନସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଓଡିଶା ପୋଲିସ ପକ୍ଷରୁ ୨୪୪ କନେଷ୍ଟବଳ ପଦବୀ ପାଇଁ ମଧ୍ୟ ବିଜ୍ଞାପନ ପ୍ରକାଶ କରାଯାଇଛି । ଏହି ପଦବୀ ପାଇଁ ମଧ୍ୟ ତୃତୀୟ ଲିଙ୍ଗର ପ୍ରାର୍ଥୀମାନେ ଆବେଦନ କରିପାରିବେ । ପୋଲିସ ବିଭାଗରେ ତୃତୀୟ ଲିଙ୍ଗୀଙ୍କ ପାଇଁ ନିଯୁକ୍ତି ସୁ ଯୋଗ ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡା ।

Comments are closed.