ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଓଡିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରଥମ ଥର ପାଇଁ ନିଜେ ନିଯୁକ୍ତି ଦେବ ଓଡିଶା ପୋଲିସ । ୧୨ ଘଣ୍ଟା ମଧ୍ୟରେ ୨୭୧ ଜଣ ପଞ୍ଜିକରଣ କଲେଣି । ୧୫ ଜୁଲାଇ ହେଉଛି ଆବେଦନର ଶେଷ ତାରିଖ । ଏସଆଇ ପଦବୀ ପାଇଁ ଅନଲାଇନରେ ଅଗଷ୍ଟ୬ରୁ ୧୬ ମଧ୍ୟରେ ପରୀକ୍ଷା ହେବ । କେବଳ ଲିଖିତ ପରୀକ୍ଷା ହେବ । ମୌଖିକ ପରୀକ୍ଷା ହେବ ନାହିଁ । ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ ଏସଆଇ କାମ କରିବେ ବୋଲି ଏଡିଜି, ଆଇନ ଶୃଙ୍ଖଳା ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।

Comments are closed.