ଅଭୟକାନ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଲା ଏସଆଇଟି

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ଏ ନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି । ପାଠକ ବାପା-ପୁଅଙ୍କ ଆକାଉଂଟ ବାବଦରେ ଖୋଳତାଡ କରିବ ଏସଆଇଟି । ଅଭୟକାନ୍ତ ପାଠକ, ଅନ୍ୟ କେତେକଙ୍କ ନାଁରେ ଆକାଉଂଟ ଖୋଲି ଟଙ୍କା ରଖୁଥିବା ସନ୍ଦେହ କରୁଛି ଏସଆଇଟି । ବେନାମୀ ଟ୍ରାଂଜାକ୍ସନ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱର ଓ ପୁଣେରେ ଥିବା ତିନିଟି ବ୍ୟାଙ୍କ ଆକାଉଂଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଏସଆଇଟି ଜାଣିବାକୁ ପାଇଛି । ଏଣେ ଆଜି ଭିଜିଲାନ୍ସ ସେଲ ଅଫିସରେ ଏସବିଆଇ, ଆଇସିଆଇସିଆଇ ଓ ଏଚଏଫଡିସି ବ୍ୟାଙ୍କ ଅଧିକାରୀମାନେ ହାଜର ହୋଇଛନ୍ତି ।

Comments are closed.