୨୨ ବର୍ଷ ତଳର ବାରଙ୍ଗ ଗଣଗୁଷ୍କର୍ମ ମାମଲା, ଟିଆଇ ପରେଡରେ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନିଲେ ପୀଡିତା

ଭୁବନେଶ୍ୱର- ୨୨ ବର୍ଷ ତଳର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନଟ କରିଛନ୍ତି ପୀଡିତା ଅଞ୍ଜନା ମିଶ୍ର । ଝାରପଡା ଜେଲ ପରିସରରେ ଟିଆଇ ପରେଡ୍ ରେ ବିବନକୁ ଚିହ୍ନିଲେ ପୀଡିତା । ୧୦ ଜଣଙ୍କ ମଧ୍ୟରୁ ବିବନକୁ ଚିହ୍ନଟ କରିଛନ୍ତି ପୀଡିତା । ୨୨ ବର୍ଷ ପରେ ଟିଆଉ ପରେଡରେ ବିବନକୁ ଚିହ୍ନିବା କଷ୍ଟକର ଥିଲା ବୋଲି ଟିଆଉ ପରେଡ ପରେ ଗଣମାଧ୍ୟମକୁ କହିଛନ୍ତି ପୀଡିତା ।

ଜେଏମଏଫଏସି ସୃଜାଲିନ ମହାନ୍ତି ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଟିଆଇ ପରେଡ ହୋଇଥିଲା । ସେପଟେ ବିବନକୁ ୨ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି ।

ମୁଖ୍ୟ ଅଭିଯୁକ୍ତ ବିବନକୁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଅପରେସନନ ଚଳାଇ ମୁମ୍ବାଇର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା ।

Comments are closed.