କୋରୋନା ସଂକ୍ରମଣ ବୃଦ୍ଧି : ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଦିନ ୨ଟାରୁ ସକାଳ ୫ ଯାଏଁ ବନ୍ଦ ରହିବ ଦୋକାନବଜାର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଆଜିଠାରୁ ଆସନ୍ତାମାସ ୯ ତାରିଖ ଯାଏଁ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ଏବଂ ବୁଲାବିକାଳୀ ସଂଘ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଶଂସା କରିଛନ୍ତି । ସମସ୍ତେ ଏଭଳି ଏକ ପଦକ୍ଷେପକୁ ସମର୍ଥନ କରିବା ପାଇଁ ସେ ଅପିଲ୍ କରିଛନ୍ତି ।

ଏଣେ ବ୍ରହ୍ମପୁରର ବ୍ୟବସାୟିକ ପେଣ୍ଠସ୍ଥଳୀ ବଡବଜାରର ଦୋକାନ ବଜାର ବି ଦିନ ୨ଟା ପରେ ବନ୍ଦ ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶୀବେହେରା ସାହି ବ୍ୟବସାୟ ସଂଘ ଏହି ନିଷ୍ପତ୍ତି ନେଇଛି । ୧୭ ଦିନ ଯାଏଁ ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ବଜାର ।

Comments are closed.