ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟଲଙ୍କ ସମେତ ତିନି ଜଣଙ୍କ ଇସ୍ତଫା

ନୂଆଦିଲ୍ଲୀ - ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟଲ ନିଶାଙ୍କ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ଇସ୍ତଫା ଦେଇଛନ୍ତି । ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ତିନି ଜଣ ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି…

ନାବାଳକଙ୍କୁ ଗୋଇଠା ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ, ହୋମଗାର୍ଡ ଚାକିରିରୁ ବିଦା

ଭୁବନେଶ୍ୱର- ରାଜଧାନୀର କେସୁରା ଛକରେ ନାବାଳକଙ୍କୁ ଗୋଇଠା ମାରିବା ଘଟଣାରେ ସଂପୃକ୍ତ ହୋମଗାର୍ଡଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ପିସିଆର୍ ଇନଚାର୍ଜ ଏସପିଓଙ୍କୁ ବହିଷ୍କାର ପାଇଁ କମିଶନରେଟ ପୋଲିସଙ୍କୁ ସୁପାରିଶ କରାଯାଇଛି । ପିସିଆରରେ ଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ସସପେଣ୍ଡ କରିଛି…

ଅନଲାଇନ ଶିକ୍ଷାରୁ ବଂଚିତ ସ୍କୁଲ ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ଯୋଜନା

ଭୁବନେଶ୍ୱର- ଅନଲାଇନରୁ ଶିକ୍ଷାରୁ ବଂଚିତ ସ୍କୁଲପିଲାଙ୍କୁ ପାଠ ପଢାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସେମାନଙ୍କୁ ଘରକୁ ଯାଇ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ପାଠ ପଢାଇବେ । ଇଂଟର୍ନସିପ୍ ପ୍ରୋଗ୍ରାମ ଜରିଆରେ ଘର ଘର ବୁଲି ସେମାନଙ୍କୁ ପଠାଯିବ । ସିବିଟିରେ ୧୦ ହଜାର…

ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଲେ କଲିକତା ହାଇକୋର୍ଟ ବିଚାରପତି

କୋଲକାତା: ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ କୌଶିକ ଚାନ୍ଦ । ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତାଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା, ଚାକରାଣୀ ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ରଙ୍ଗରାଜନ୍ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଗତକାଲି ରାତିରେ ବସନ୍ତ ବିହାର ସ୍ଥିତ ତାଙ୍କ ବାସଭବନରେ କୁମାରାମଙ୍ଗଲମଙ୍କ ପତ୍ନୀ କିଟି କୁମାରାମଙ୍ଗଲମଙ୍କୁ ହତ୍ୟା କରାଯାଇଥିଲା।…

ଦିଲ୍ଲୀରେ ୧୦୦ ଟପିଲା ପେଟ୍ରୋଲ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୧୭ ପଇସା ମହଙ୍ଗା ହୋଇଛି। ଦିଲ୍ଲୀରେ ଏବେ ପେଟ୍ରୋଲ ଦର ୧୦୦ .୨୧ ଟଙ୍କାରେ ବିକ୍ରି ହେଉଛି | ଡିଜେଲ ଲିଟର ପିଛା ଦର ୮୯.୫୩ ଟଙ୍କା ରହିଛି। ଏହାପୂର୍ବରୁ…

ଉତ୍ତର ପଶ୍ଚିମବଙ୍ଗ, ମେଘାଳୟରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ବୁଧବାର ସକାଳେ ମେଘାଳୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଉତ୍ତର ବେଙ୍ଗଲର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଉତ୍ତର ପ୍ରଦେଶର ଦାର୍ଜିଲିଂ ଏବଂ କୋଚ ବେହେରା ସମେତ ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା।…

ଦିଲୀପ କୁମାରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ଭାରତୀୟ ସିନେମାର ପ୍ରବାଦ ପୁରୁଷ ଦିଲୀପ କୁମାରଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲୀପ କୁମାର ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଓ ମନୋରଂଜକ ଥିଲେ । ଭାରତୀୟ ସିନେପ୍ରେମୀମାନେ ତାଙ୍କୁ ଝୁରିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ…

କୋରୋନାରେ ଆଉ ୫୯ ଜଣ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ଯୋଗୁଁ ରାଜ୍ୟରେ ଆଉ ୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଡେଥ୍ ଅଡିଟ୍ ପରେ ମୃତକଙ୍କ ତାଲିକା ଜାରି କରିଛି ବିଭାଗ । ସଦ୍ୟ ତାଲିକା ଅନୁସାରେ କୋରୋନା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି ।…

କରୋନା ଅପଡେଟ୍: ଦେଶରେ ଆଉ ୪୩,୭୩୩ ନୂଆ ମାମଲା, ୯୩୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ଧରି ଦ୍ରୁତ ଗତିରେ ହ୍ରାସ ପାଇବା ପରେ ଆଜି ହଠାତ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୭୩୩ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ୯୩୦ ରୋଗୀଙ୍କ ମୃତ୍ୟୁ…