୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ଟିକା ନେବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ୁଥିବା ବେଳେ କେନ୍ଦ୍ର ଏହାର ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କୋଭିଡ୍‌-୧୯ ଟିକା ନେବାକୁ କହିଛି । ଏ ସମ୍ପର୍କିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସବୁ ଯୋଗ୍ୟ ସରକାରୀ…

ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ - ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ବନ୍ଦ କରିବା ପାଇଁ ମହାରାଷ୍ଟ୍ର ସରକାର ଓ ନିଜେ ଦେଶମୁଖ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ପିଟିସନ ଉପରେ ଶୁଣାଣି କରି…

ସିଆରପିଏଫ୍ ଡିଜିଙ୍କ ସୂଚନା, ଛତିଶଗଡ଼ ଏନକାଉଣ୍ଟରରେ ୨୮ରୁ ଊର୍ଦ୍ଧ୍ୱ ନକ୍ସଲଙ୍କ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ – ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସିଆରପିଏଫ୍ ଡିଜି କୁଲଦୀପ ସିଂହ କହିଛନ୍ତି । ନକ୍ସଲଙ୍କ ସହ ସଂଘର୍ଷରେ ୨୨ ଯବାନ ସହିଦ୍ ହୋଇଥିଲେ । କୁଲଦୀପ କହିଛନ୍ତି ଯେ, ଏବେ ବି ଜଣେ ଯବାନ…

ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ୨୨ ଯବାନଙ୍କ ମଧ୍ୟରେ ଜଣେ ଓଡିଆ

ଭୁବନେଶ୍ୱର-ଗତ ସପ୍ତାହରେ ଛତିଶଗଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିବା ୨୨ ଯବାନଙ୍କ ମଧ୍ୟରୁ ଓଡିଶାର ଜଣେ ଅଛନ୍ତି । ସେ କଳାହାଣ୍ଡି ଜିଲ୍ଲା କୋକାସରା ବ୍ଲକ୍‌ର ବାସିନ୍ଦା ବୋଲି ଜଣାପଡିଛି । ଏ ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରୋପ୍ ୱେ

ଭୁବନେଶ୍ୱର- ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରୋପ୍ ୱେ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକସ୍ନ ପ୍ଲାନ ପ୍ରସ୍ତୁତ କରିଛନ୍ତି । କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଂଚଲିଙ୍ଗେଶ୍ୱରରେ ରୋପ୍ ୱେ କରିବାକୁ ଯୋଜନା ରହିଛି । ୧୬ ମାସ ମଧ୍ୟରେ ରୋପ୍ ୱେ କାମ ସରିବ…

ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ କୋଭିଡ ସ୍ଥିତିରେ ସମୀକ୍ଷା ପାଇଁ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିବ । ଏଥିରେ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀଙ୍କ ସମେତ ସବୁ ରାଜ୍ୟର ଜିଲ୍ଲାପାଳ ଉପସ୍ଥ୍‌ିତ ରହିବେ । ସୀମାବର୍ତ୍ତୀ ଅଂଚଳ ଓ ସହରାଂଚଳ…

ପିପିଲି ଉପନିର୍ବାଚନ : ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପହଂଚିଲା ପୋଷ୍ଟାଲ ବ୍ୟାଲଟ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବ୍ୟାଲଟ ପହଂଚିଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପୋଷ୍ଟାଲ ବ୍ୟାଲଟ୍ ବ୍ୟବହାର କରି ମତାଧିକାର ସାବ୍ୟସ୍ତ କରିବେ । ପିପିଲିରେ ୮ ହଜାର ୨୧୨ ଜଣ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ୧ ହଜାର ୭୭ ଜଣ ପୋଷ୍ଟାଲ ବ୍ୟାଲଟରେ…