ଅନଲକ୍ ୪ ଗାଇଡଲାଇନ ଜାରି : ସେପଟେମ୍ବର ୩୦ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ, ୨୧ରୁ ଖୋଲିବ ମୁକ୍ତାକାଶ ରଂଗମଂଚ, ସର୍ବାଧିକ ୧୦୦ ଜଣଙ୍କୁ ନେଇ ହୋଇପାରିବ ସଭାସମିତି

ନୂଆଦିଲ୍ଲୀ : କୋରୋନା ମହାମାରୀ ମଧ୍ୟରେ ଦେଶରେ ଅନଲକ୍ -୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସେପଟେମ୍ବର ପହିଲାରୁ ୩୦ ପର୍ଯ୍ୟନ୍ତ ଅନଲକ୍ -୪ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସେ ଅନୁସାରେ ଆସନ୍ତାମାସ ୭ ତାରିଖରୁ ଦିଲ୍ଲୀ ମେଟ୍ରୋ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ ।

କିନ୍ତୁ ସ୍କୁଲ୍ କଲେଜ ବର୍ତମାନ ପାଇଁ ଖୋଲିବ ନାହିଁ । ସେପଟେମ୍ବର ୩୦ ଯାଏଁ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ । ଅନଲାଇନ୍ ଶିକ୍ଷାଦାନ ପାଇଁ ୫୦ ପ୍ରତିଶତ କର୍ମଚାରୀ ସ୍କୁଲ୍ ଆସିପାରିବେ । ସେପଟେମ୍ବର ୨୧ରୁ ମୁକ୍ତାକାଶ ରଂଗମଚ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ସେପଟେମ୍ବର ୨୧ରୁ କଟକଣା ମାନି ଚାଲିପାରିବ ସଭା, ସମିତି ଓ ଉତ୍ସବ । କେବଳ ୧୦୦ ଲୋକଙ୍କୁ ହିଁ ଏକତ୍ରିତ ହେବା ପାଇଁ ଅନୁମତି ମିଳିବ । ଆଇଟିଆଇ ଭଳି ଦକ୍ଷତା ଓ ତାଲିମ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ପିଏଚଡି ଭଳି ଗବେଷଣା ପାଠ୍ୟକ୍ରମ ଚାଲିପାରିବ । ଲ୍ୟାବ ପରୀକ୍ଷଣକୁ ବି ଅନମତି ଦିଆଯାଇଛିା ଗବେଷଣାଧର୍ମୀ ଶିକ୍ଷାଦାନ ପାଇଁ କେନ୍ଦ୍ରକୁ ପଚାରି ଅନୁମତି ଦେବେ ରାଜ୍ୟ ସରକାର । ଅଭିଭାବକମାନଙ୍କ ଲିଖିତ ଅନୁମତି ବଳରେ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲକୁ ଆସିପାରିବେ ।

କଂଟେନମେଂଟ୍ ଜୋନରେ କୋଭିଟ-୧୯ କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.