ଦେଶରେ ଥମୁନି କୋରାନା ପଜିଟିଭଙ୍କ ସଂଖ୍ୟା,ଦିନକରେ ଆଉ ୭୮ ହଜାର ୫୧୨ଟି ନୂଆ ମାମଲା, ୨୪ ଘଂଟାରେ ୯୭୧ ରୋଗୀ ମୃୃତ

ନୂଆଦିଲ୍ଲୀ : ଭାରତରେ ଚିନ୍ତାଜନକ ଭାବେ ବଢିଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଭାରତରେ ୭୮ ହଜାର ୫୧୨ଟି ନୂଆ ପଜିଟିଭ ମାମଲା ଆସିଛି । ଏଥିସହ ଦେଶରେ ମୋଟ ପଜିଟିଭ ମାମଲା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି ।

ଏଥିମଧ୍ୟରୁ ୭ ଲକ୍ଷ ୮୧ ହଜାର ୯୭୫ ହେଉଛି ସକ୍ରିୟ ମାମଲା । ଏ ଯାଏଁ ସୁସ୍ଥ ହୋଇଛନ୍ତି ୨୭ ଲକ୍ଷ ୭୪ ହଜାର ୮୦୨ ଆକ୍ରାନ୍ତ ।

ଏଣେ ଗତ ୨୪ ଘଂଟାରେ ଦେଶରେ ଆଉ ୯୭୧ ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଫଳରେ ଦେଶରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ ହଜାର ୪୬୯କୁ ବୃଦ୍ଧି ପାଇଛି । ଗତ ଅଗଷ୍ଟ ୩୦ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ୫ ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ଉଭୟ ପଜିିଟିଭ ଓ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବଢିଥିଲା ।

Comments are closed.