ଭାରତରେ କୋରୋନା ମାମଲା ୬୯ ଲକ୍ଷ ପାର, ୨୪ ଘଂଟାରେ ୭୦ ହଜାର ୪୬୯ ନୂଆ ପଜିଟିଭ, ୯୬୪ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟାରେ ୭୦ ହଜାର ୪୯୬ ନୂଆ କୋରୋନା ମାମଲା ଆସିଛି । ଫଳରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ପାର କରିଛି । ବର୍ତମାନ ଦେଶରେ ମୋଟ କୋରୋନା ମାମଲା ୬୯ ଲକ୍ଷ ୬ ହଜାର ୧୫୧ ରହିଛି । ଏଣେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ୯୬୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ଏ ଯାଏଁ ୫୯ ଲକ୍ଷ ୬ ହଜାର ୬୯ ଲୋକ କୋରୋନାରୁ ସୁସ୍ଥ ହୋଇସାରିଲେଣି । ୮ ଲକ୍ଷ ୯୩ ହଜାର ୫୯୨ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.