ରାଜ୍ୟରେ ୩ ହଜାର ୫୩ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଧାରୁ ୫୬୧, ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ହଜାର ୫୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୧ ହଜାର ୮୦୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୬୧, କଟକରୁ ୨୫୬, ମୟୂରଭଂଜରୁ ୧୫୩, ଝାରସୁଗୁଡାରୁ ୧୪୬, କେନ୍ଦୁଝରରୁ ୧୩୩, ପୁରୀରୁ ୧୨୭, ସମ୍ବଲପୁରରୁ ୧୨୩, କେନ୍ଦ୍ରାପଡାରୁ ୧୧୫, ଯାଜପୁରରୁ ୧୧୦, ବରଗଡରୁ ୯୮, ସୁନ୍ଦରଗଡରୁ ୯୮, ବଲାଙ୍ଗିରରୁ ୯୫, ବାଲେଶ୍ୱରରୁ ୮୫, ସୋନପୁରରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨ ନୂଆ ଆକ୍ରାନ୍ତ ।

ଏଣେ ଦିନକରେ ରାଜ୍ୟରେ ଆଉ ୧୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ ଏ ଯାଏଁ ୧ ଲକ୍ଷ ୯୪ ହଜାର ୧୨୮ ରୋଗୀ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ରହିଛି ୩୪ ହଜାର ୩୧୪ ।

Comments are closed.