ओडिया समाचारଜୁନ୍ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ, କହିଲେ ‘ନଇଁବି ନାହିଁ’
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି ଯେ ସେ ଜୁନ୍ ୨ରେ ଆତ୍ମସମର୍ପଣ କରିବେ । ଜେଲରେ ତାଙ୍କୁ ନିର୍ଯାତନା ଦିଆଗଲେ ମଧ୍ୟ ସେ ଜମା ନଇଁବେ ନାହିଁ। ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ। ଜେଲରୁ ମୁକୁଳିବା ପରେ କେଜ୍ରିୱାଲ ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ପ୍ରଚାର କରିଥିଲେ। ସ୍ବାସ୍ଥ୍ୟଗତ କାରଣ [...]
ओडिया समाचारସୁନା ଚୋରା ଚାଲାଣ ଅଭିଯୋଗରେ ଏୟାର ହଷ୍ଟେସ୍ ଗିରଫ, ମଳଦ୍ୱାରରେ ଲୁଚାଇ ଆଣୁଥିଲେ ସୁନା
ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଅଭିଯୋଗରେ କେରଳ ପୋଲିସ ଜଣେ ଏୟାର ହଷ୍ଟେସଙ୍କୁ ଗିରଫ କରିଛି। ଏୟାର ଇଣ୍ଡିଆର ଏୟାର ହଷ୍ଟେସ ସୁରଭି ଖାତୁନ ମଳଦ୍ୱାରରେ ୯୬୦ ଗ୍ରାମ ସୁନା ଲୁଚାଇ ଭାରତ ଆଣିଥିବା ଅଭିଯୋଗ ହୋଇଛି। କେରଳର କନ୍ନୁର ବିମାନ ବନ୍ଦରରେ ଏୟାର ହଷ୍ଟେସଙ୍କୁ ଗିରଫ କରାଯାଇଥିଲା । ସୁରଭି ଖାତୁନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏୟାର ହଷ୍ଟେସ ଭାବେ ଚାକିରି କରନ୍ତି। ଖାତୁନ୍ ମେ ୨୮ରେ ମସ୍କାଟରୁ କନ୍ନୁର ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟର [...]
ओडिया समाचारବ୍ରିଟେନରୁ ୧ ଲକ୍ଷ କିଲୋ ସୁନା ଫେରାଇ ଆଣିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନରେ ଜମା ରଖିଥିବା ନିଜ ୧୦୦ ଟନ୍ (ପ୍ରାୟ ୧ ଲକ୍ଷ କିଲୋଗ୍ରାମ) ସୁନା ଫେରାଇ ଆଣିଛି। ୧୯୯୧ ପରଠୁ ପ୍ରଥମ ଥର ଏତେ ପରିମାଣର ସୁନା ଭାରତୀୟ ରାଜକୋଷକୁ ଆସିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଜମା ରଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସୁନା [...]
ओडिया समाचारଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୬ ହଜାର ପୋଲିସ
ଭୁବନେଶ୍ବର – ଆସନ୍ତାକାଲି ରାଜ୍ଯରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ସୁରକ୍ଷା କାର୍ଯ୍ୟରେ ୩୬ ହଜାର ପୋଲିସ [...]
ଗ୍ରୀଷ୍ମ ପ୍ରବାହ: ଆଉ ତିନି ଦିନ ଗୁରୁତ୍ୱପୂର୍ଣ୍ଣ

ओडिया समाचारଗ୍ରୀଷ୍ମ ପ୍ରବାହ: ଆଉ ତିନି ଦିନ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର – ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଆସନ୍ତା ୩ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏ ନେଇ ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ଶ୍ରମ କମିଶନଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିକ୍ ଆୱାରରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ [...]
ओडिया समाचारରାସ୍ତାକଡରୁ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ
ଫୁଲବାଣୀ – ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ଏଫସି ଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ। ୧୦୯୮ ନମ୍ବରର କଣ୍ଟ୍ରୋଲ ରୁମର ସୂଚନା ମୁତାବକ ସ୍ଥାନୀୟ ଆଦର୍ଶ ଟାଉନ ଥାନା ପୋଲିସର ସହାୟତାରେ ୩ ଶିଶୁଙ୍କୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟା ଅଛନ୍ତି ।ଶିଶୁମାନେ [...]
ଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ

ओडिया समाचारଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିଲ୍ଲୀ-ସାନଫ୍ରାନ୍ସିସ୍କୋ ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିମାନ ପ୍ରାୟ ୮ ଘଣ୍ଟା ବିଳମ୍ବ ଥିଲା । ହେଲେ ପ୍ରବଳ ଗରମ ମଧ୍ୟରେ ଯାତ୍ରୀଙ୍କୁ ବିମାନ ଭିତରେ ଏତେ ଘଣ୍ଟା ଧରି ବିନା ଏସିରେ ବସିବାକୁ ପଡ଼ିଥିଲା । ଫଳରେ ଅନେକ ଯାତ୍ରୀ ଅଚେତ ହୋଇଯାଇଥିଲେ | କମ୍ପାନୀର ଏଭଳି ଦାୟିତ୍ବହୀନତା ଓ ଅବ୍ୟବସ୍ଥା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ସେମାନଙ୍କୁ ଫ୍ଲାଇଟରୁ ବାହାର କରି ଦିଆଯାଇଥିଲା । [...]
୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ!

ओडिया समाचार୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ!
ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡାରେ ୨ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଅସ୍ବାଭାବିକ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କିଛି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଣେ [...]
୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୯ ଲକ୍ଷରୁ ଅଧିକ ଭୋଟର

ओडिया समाचार୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୯ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ୱର –ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏସବୁ ଆସନ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ କାଲି ପଡ଼ିବ ଭୋଟ୍ । ମୋଟ ୯୯ , ୬୧ , ୦୫୭ [...]
ଜର୍ମାନୀରୁ ଫେରିବା ପରେ ପ୍ରଜ୍ବଳ ରେଭନ୍ନା ଗିରଫ

ओडिया समाचारଜର୍ମାନୀରୁ ଫେରିବା ପରେ ପ୍ରଜ୍ବଳ ରେଭନ୍ନା ଗିରଫ
ବେଙ୍ଗାଲୁରୁ:ଯୌନ ନିର୍ଯାତନା ମାମଲାର ଅଭିଯକ୍ତ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ଗିରଫ ହୋଇଛନ୍ତି । ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ କାଳ ବିଦେଶରେ ଆତ୍ମଗୋପନ କରିଥିବା ପ୍ରଜ୍ବଳ ଆଜି (ମେ ୩୧) ଭୋରରେ ଭାରତ ଫେରିବା ପରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ତାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ହିଁ ଗିରଫ କରିଛି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରଠୁ ରେଭନ୍ନା ଜର୍ମାନୀ ପଳାଇଥିଲେ। କିଛି ଦିନ ତଳେ ପ୍ରଜ୍ବଳ ଏକ ଭିଡ଼ିଓ ବାର୍ତ୍ତା ଜାରି [...]
