ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇଲା ସନରାଇଜର୍ସ

ओडिया समाचारପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇଲା ସନରାଇଜର୍ସ
ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ [...]
ओडिया समाचारନୂଆ ଅପରାଧିକ ଆଇନକୁ ଚ୍ୟାଲେଞ୍ଜ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ତିନି ନୂଆ ଅପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୁରୁଣା ନିୟମରେ ଆମୂଳଚୁଳ ପରିବର୍ତ୍ତନ କରି ଏହି ତିନି ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର। ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ପଙ୍କଜ ମିଥଲଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରନ୍ତି। ଗତ ବର୍ଷ ଡିସେମ୍ବର ୨୧ରେ ଲୋକସଭାରେ ପାରିତ ହୋଇଥିଲା ଏହି ତିନି ଅପରାଧିକ ଆଇନ। ଏହି ତିନି [...]
ओडिया समाचारରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ: କାଲି ୫ ଲୋକସଭା, ୩୫ ବିଧାନସଭା ଆସନରେ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ
ଭୁବନେଶ୍ୱର – ସମସ୍ତ ପ୍ରସ୍ତୁତି ଶେଷ । ରାଜ୍ୟରେ ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୫ଟି ଲୋକସଭା ଆସନ ଓ ଏସବୁ ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୩୦୫ ଜଣ ପ୍ରାର୍ଥୀ। ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩୫ ବିଧାନସଭା [...]
ବାତ୍ୟା ନେଇ ଏ ଯାଏଁ ପୂର୍ବାନୁମାନ କରାଯାଇନାହିଁ

ओडिया समाचारବାତ୍ୟା ନେଇ ଏ ଯାଏଁ ପୂର୍ବାନୁମାନ କରାଯାଇନାହିଁ
ଭୁବନେଶ୍ୱର – ବଙ୍ଗୋପସାଗରରେ ବାତ୍ୟା ନେଇ ଏବେ କୈାଣସି ପୂର୍ବାନୁମାନ କରାଯାଇନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ [...]
ओडिया समाचारଆପକୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)କୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ୍ ଝାଡ଼ୁ’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦାବି କରିଛନ୍ତି। ବିଜେପି ମୁଖ୍ୟାଳୟ ଆଡ଼କୁ ‘ଆପ୍’ ର ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦଳର କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଗକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ। ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ଆମ୍ [...]
ओडिया समाचारଆନନ୍ଦପୁରରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ ପ୍ରହାର
ଆନନ୍ଦପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନନ୍ଦପୁରରେ ନିର୍ବାଚନ ପ୍ରଚାର କରି ବିରୋଧୀ ଦଳ ଉପରେ କଡା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର । କିନ୍ତୁ ବିକାଶ ହେଉଛି ବିଜେଡିର ଅସ୍ତ୍ର। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଚଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ [...]
କେନ୍ଦୁଝର ସଦରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : କହିଲେ ବିକାଶ ବିଜେଡିର ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର

ओडिया समाचारକେନ୍ଦୁଝର ସଦରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : କହିଲେ ବିକାଶ ବିଜେଡିର ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର
କେନ୍ଦୁଝର – କେନ୍ଦୁଝର ସଦରରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଛ ଓ ଅପପ୍ରଚାରକୁ ବିରୋଧୀ ଅସ୍ତ୍ର କରିଛନ୍ତି। ବିକାଶ ହେଉଛି ବିଜେଡିର ଅସ୍ତ୍ର। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସକେୱ।ଇ, [...]
ओडिया समाचारନିର୍ବାଚନ ପୂର୍ବରୁ ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳି, ବିଜେପି ନେତାଙ୍କୁ ହତ୍ୟା
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶନିବାର (ମେ ୧୮) ରାତିରେ ଘଣ୍ଟାକ ମଧ୍ୟରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପ୍ରଥମ ଘଟଣା ଅନନ୍ତନାଗର ପହଲଗାମ ନିକଟରେ ଘଟିଥିଲା । ଏଠାରେ ଏକ ପର୍ଯ୍ୟଟନ ଶିବିରରେ ଆତଙ୍କବାଦୀମାନେ ଜଣେ ଦମ୍ପତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ର ଶିକାର ଦମ୍ପତି ରାଜସ୍ଥାନ ଜୟପୁରର ବାସିନ୍ଦା ଓ ଦୁହେଁ ରିସୋର୍ଟରେ ରହୁଥିଲେ। ମହିଳାଙ୍କ ନାମ ଫାରା ଏବଂ ତାଙ୍କ ସ୍ୱାମୀଙ୍କ ନାମ ତାବ୍ରେଜ | ସ୍ୱାମୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କ [...]
ओडिया समाचारଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇକୁ ବିଦା କରି ପ୍ଲେ ଅଫରେ ଆରସିବି
ବେଙ୍ଗାଲୁରୁ: ଆଇପିଏଲରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୨୭ ରନରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ଲେ ଅଫରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ସୁଦ୍ଧା ୮ଟି ମ୍ୟାଚରୁ ୭ଟି ହାରି ଏକଦା ପଏଣ୍ଟ ଟେବୁଲର ଶେଷରେ ଥିବା ଆରସିବି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୬ଟି ମ୍ୟାଚ୍ ଜିତି ଅପ୍ରତ୍ୟାଶିତ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି। ଆରସିବି ନବମ ଥର [...]
ओडिया समाचारଆଜି କେନ୍ଦୁଝର ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ
ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବାକୁ ଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳୀରେ ନବୀନ ପ୍ରଚାର କରିବେ । ପ୍ରଥମେ ସକାଳ ୧୦ଟାରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ।ଏକ ଜନସଭାରେ ଉଦବୋଧନ [...]
