ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଏନ୍ଆଇଏର ଚଢ଼ାଉ

ଶ୍ରୀନଗର: ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢାଉ କରିଛି। ରବିବାର ସକାଳେ ଅନନ୍ତନାଗ ଜିଲ୍ଲାରେ ଏନଆଇଏ ଟିମ୍ ଚଢାଉ କରିଥିଲା। ସୂଚନାନୁସାରେ, ରାଜ୍ୟର ୪୫ଟି ସ୍ଥାନରେ ଏନଆଇଏ ଚଢାଉ ଜାରି ରହିଛି। ଏଥିରେ ପୋଲିସ ବ୍ୟତୀତ ସିଆରପିଏଫ୍ ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାନୁସାରେ, କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ୪୫ଟି ସ୍ଥାନରେ ଏନଆଇଏ ଚଢ଼ାଉ ଆରମ୍ଭ କରିଛି। ଶ୍ରୀନଗର, ଗନ୍ଦରବାଲ, ଆଖବାଲ, ଶୋପିଆନ୍, ବାନ୍ଦିପୋରା, ରାମ୍ବାନ୍, ଦୋଡା, କିଶ୍ବାର, ରାଯୌରି ଏବଂ ଅନ୍ୟାନ୍ୟ ଜିଲ୍ଲା ଅନ୍ତର୍ଭୁକ୍ତ | ଆତଙ୍କବାଦ ପାଣ୍ଠି ସହ କିଛି ନୂଆ ମାମଲାରେ ଏନଆଇଏର ଏହି ଚଢ଼ଉ। କରିଥିବା କୁହାଯାଇଛି ।

ଏହି ଚଢ଼ାଉ ବେଳେ କୌଣସି ଅପ୍ରୀତିକର ଘଟଣା ଯେଭଳି ନଘଟେ ସେଥିପାଇଁ ଜାମ୍ମୁ କାଶ୍ମୀର ରାଜ୍ୟ ପୋଲିସ ଏବଂ ସିଆରପିଏଫ୍ ର ସହଯୋଗ ନିଆଯାଇଛି। ଜାମାତ-ଇ-ଇସଲାମି ସଂଗଠନର ସଦସ୍ୟଙ୍କ ଘରେ ମଧ୍ୟ ଏନଆଇଏର ଚଢାଉ ଚାଲିଛି। ୨୦୧୯ରେ କେନ୍ଦ୍ର ସରକାର ଜମାତ-ଇ-ଇସଲାମି ସଂଗଠନ ଉପରେ କଟକଣା ଲଗାଇଥିଲେ।

Comments are closed.