ନିଜେ ହିଁ ନିଜର ଅପହରଣ ନାଟକ ରଚିଥିଲା ସ୍ୱିଗି ଡେଲିଭରି ବୟ, ରାଜ୍ୟବାହାରୁ ମିଳିଳା ସନ୍ଧାନ

ଭୁବନେଶ୍ୱର – ରାଜଧାନୀର ଧଉଳି ନିକଟରୁ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟର ସନ୍ଧାନ ମିଳିବା ସହ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ପ୍ରେମ ପାଇଁ ସେ ରଚିଥିଲା ଅପହରଣ ନାଟକ । ସେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ରାଜ୍ୟ ବାହାରେ ପୋଲିସ ତାକୁ ଅଟକ ରଖିଛି । ଖୁବଶୀଘ୍ର ତାକୁ ଓଡିଶା ଅଣାଯିବ । ସିସିଟିଭିରୁ ଅପହରଣ ନାଟକ ଧରାପଡିଛି । ଏ ନେଇ ପୋଲିସ ବିସ୍ତୃତ ସୂଚନା ଦେବ ।

Comments are closed.