ପାର୍ବଣରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ମତ ରଖିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରେସମିଟରେ କୁହାଯାଇଛି ଯେ, ମୂର୍ତ୍ତି ଉଚ୍ଚତା ପରୋକ୍ଷରେ କୋରୋନା ସଂକ୍ରମଣ ବୃଦ୍ଧିରେ ସହାୟକ ହେବ । ମୂର୍ତ୍ତି ଉଚ୍ଚା ହେଲେ ଅନ୍ୟାନ୍ୟ ଜିନିଷ ବି ବଢିବ । ମହାରାଷ୍ଟ୍ର ଗଣେଶ ପୂଜାରେ ମଧ୍ୟ ମୂର୍ତ୍ତି ଉଚ୍ଚତା କମାଯାଇଛି । ଦେଶରେ ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । କେରଳରେ ଓନମ ପର୍ବ ଦ୍ୱାରା ସ୍ଥିତି କଣ ହେଲା ତାହା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା ୨ କି ୪ ଫୁଟ ହେଉ ପଛେ,ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ କୁହାଯାଇଛି ।

Comments are closed.