ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ମିଶନଶକ୍ତି’ର ଭୂମିକାକୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା

ଭୁବନେଶ୍ୱର – ‘ୟୁଏନ ଓମ୍ୟାନ’ର ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଜେନ୍ ଫର୍ଗୁସନ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ ସୂଚିତ କରିଥିଲେ ଯେ, ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନ୍ତତଃ ଏକ-ତୃତୀୟାଂଶ ଝିଅ ଗ୍ରାଜୁଏଟ ହେବା ତାଙ୍କ ସରକାରଙ୍କ ଲକ୍ଷ୍ୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଓ ନିଯୁକ୍ତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ କହିଥିଲେ । ଫର୍ଗୁସନ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏଥିସହ ଏ ଦିଗରେ ମିଶନ ଶକ୍ତିର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ଜେନ୍ ଫର୍ଗୁସନ । ରାଜ୍ୟରେ ଦାରିଦ୍ର‌୍ୟ ଦୂରୀକରଣ ଅଭିଯାନର ଗତିକୁ ମଧ୍ୟ ଜାତିସଂଘ ଅଧିକାରୀ ପ୍ରଶଂସା କରିଥିଲେ ।

Comments are closed.