ପିପିଲିରେ ବିଜେଡିର ବିଜୟରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି : କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର – ପିପିଲି ଆସନରେ ବିଜେଡିର ପୁଣି ଥରେ ବିଜୟ ପରେ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପିପିଲି ଜନାଦେଶରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁଦାୟିତ୍ୱକୁ ଦଳୀୟ ନେତୃବୃନ୍ଦ ନିର୍ବାହ କରିଛନ୍ତି । କୋଭିଡ କଟକଣା ସତ୍ତ୍ୱେ ପିପିଲିବାସୀଙ୍କ ଭୋଟଦାନ ଗଣତନ୍ତ୍ରକୁ ସୁଦୃଢ କରିବ ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

Comments are closed.