ଆଜିଠାରୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, ସେବାୟତଙ୍କ ପାଇଁ ନୂଆ ଡ୍ରେସକୋଡ୍ ଲାଗୁ

ପୁରୀ- ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ ହୋଇଛି । ପାରମ୍ପରିକ ପୋଷ।।କ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନର କଡା ନିର୍ଦ୍ଦେଶ ରହିଛି ।

Comments are closed.