ଓମିକ୍ରନ ବିରୋଧରେ ଭାରତୀୟ ଟିକା ପ୍ରଭାବୀ ହେବା ନେଇ ଆଶ୍ୱାସନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର – ନୂଆ କୋରୋନା ଭାରିଆଂଟ୍ ଓମିକ୍ରନ ବିରୋଧରେ ମଧ୍ୟ ଭାରତୀୟ ଟିକା ପ୍ରଭାବଶାଳୀ ହେଉଛି । ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି । ହୋମ୍ ଆଇସୋଲେସନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଦେଶରୁ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କୁ ଅବଗତ କରିବା ପାଇଁ କୁହାଯାଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ମଧ୍ୟ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

କୋଭିଡ ଟିକା ଓମିକ୍ରନଠାରୁ ନିଶ୍ଚିତ ଭାବେ ସୁରକ୍ଷା ଦେବ ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଧ୍ୟ ସୂଚନା ଦେଇଛନ୍ତି । ଟିକା ଦ୍ୱାରା ସଂକ୍ରମଣର ଗମ୍ଭୀରତା ଓ ମୃତୁହାର ମଧ୍ୟ କମିବ । ଦୁଇଟି ଯାକ ଟିକା ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Comments are closed.