ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ୮ ହଜାର ତଳକୁ ଖସିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୯୧ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୨୨୬ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୬୫ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୫୪ ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୭୦୫, ସୁନ୍ଦରଗଡରୁ ୬୪୬, କଟକରୁ ୫୬୧, ବାଲେଶ୍ୱରରୁ ୩୪୩,ରାୟଗଡାରୁ ୨୯୫, ସୋନପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗିରରୁ ୨୧୮, ଯାଜପୁରରୁ ୨୦୩, ନୟାଗଡରୁ ୧୯୨, ଅନୁଗୁଳରୁ ୧୮୩, ସମ୍ବଲପୁରରୁ ୧୭୬,କଳାହାଣ୍ଡିରୁ ୧୭୩, ନୂଆପଡାରୁ ୧୬୦, ନବରଙ୍ଗପୁରରୁ ୧୪୮, କେନ୍ଦୁଝରରୁ ୧୩୨, ବରଗଡରୁ ୧୩୦, ଜଗତସିଂହପୁରରୁ ୧୨୧, ପୁରୀରୁ ୧୧୬, କୋରାପୁଟରୁ ୧୧୧, କେନ୍ଦ୍ରାପଡାରୁ ୧୦୯, ଭଦ୍ରକରୁ ୯୭, କନ୍ଧମାଳରୁ ୯୮, ଢେଙ୍କାନାଳରୁ ୯୬, ଗଜପତିରୁ ୯୫, ଝାରସୁଗୁଡାରୁ ୮୩, ଦେବଗଡରୁ ୬୨, ମାଲକାନଗିରିରୁ ୫୭, ବୌଦ୍ଧରୁ ୫୫, ଗଞ୍ଜାମରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୩୬୫ ମାମଲା ଚିହ୍ନଟ ହୋଇଛି ।

ରାଜ୍ୟରେ ଏ ଯାଏଁ ମୋଟ ୧୨ ଲକ୍ଷ ୧୧ ହଜାର ୯୫୧ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିମଧ୍ୟରୁ ୧୧ ଲକ୍ଷ ୨୧ ହଜାର ୬୦୮ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧ ହଜାର ୭୬୫ ରହିଛି ।

Comments are closed.