ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଡିଇଓ, ଡିପିସିଙ୍କୁ ଓସେପାର ଚିଠି

ଭୁବନେଶ୍ୱର-ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗାଇଡ୍‌ ଲାଇନ୍‌ ଜାରି କରିବା ସହିତ ବିଇଓ ଓ ଡିପିସିମାନଙ୍କୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ।

ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ଓଆରଏସ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ହୋଇଛି । ଆଗକୁ ଅଧିକ ଖରାକୁ ନଜରରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦେଶ ଦିଆଯାଇଛି । ସ୍କୁଲ ତଥା ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ ଏବଂ କ୍ୟାମ୍ପସରେ ଥିବା ନଳକୂଅକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ କୁହାଯାଇଛି ।

ଆବଶ୍ୟକ ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ସଂସ୍ଥା ସହ ଯୋଗାଯୋଗ କରିପାରିବେ ।

Comments are closed.