ଜୟପୁର ସବଜେଲରେ ବିଚାରାଧୀନ କଏଦୀ ମୃତ

ଜୟପୁର – ଜୟପୁର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣଙ୍କ ହେଲେ ସିଆଡିମାଳ ଗାଁର କମଳ ଲୋଚନ ଦଣ୍ଡସେନା । ଦୁଷ୍କର୍ମ ଓ ହତ୍ୟା ପରି ସଙ୍ଗୀନ ମାମଲାରେ ସେ ଗତ ୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ କଏଦୀକୁ ମୃତ ଘୋଷଣା କରିଥିଲେ।

Comments are closed.