ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ, ଗାଇଡଲାଇନ୍ସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ । ବିଧାୟକଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ବି ହେବ କୋରୋନା ଟେଷ୍ଟ । ଆସନ୍ତା ୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି ବିଧାୟକଙ୍କ କୋରୋନା ଟେଷ୍ଟ କରାଯିବ । ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏଁ ଟେଷ୍ଟ କରାଯିବ ।

ଆସନ୍ତାମାସ ୪ ତାରିଖରେ ବିଧାୟକମାନେ ପୁଣି ନିଜର ଟେଷ୍ଟ କରାଇପାରିବେ । ଅଧିବେଶନ ଚାଲିଥିବା ବେଳେ ଅସୁସ୍ଥ ଅନୁଭବ କଲେ ଆଂଟିଜେନ୍ ଟେଷ୍ଟ କରିହେବ । ମାସ୍କ, ହ୍ୟାଣ୍ଡ ଗ୍ଲୋଭସ, ସାନିଟାିଜର ବ୍ୟବହାର କରିବେ ବିଧାୟକ । ବିଧାନସଭା ସଚିବାଳୟର ବି ସବୁ କର୍ମଚାରୀଙ୍କ ଟେଷ୍ଟିଂ ହେବ । ଟେଷ୍ଟିଂ ପାଇଁ ସବୁ ବ୍ୟବସ୍ଥା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.