ଜାନୁୟାରୀ ୧୬ରୁ ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ – ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଏହି ସୂଚନା ଦିଆଯାଇଛି । ପ୍ରଥମ ପର୍ଯାୟରେ ପ୍ରାୟ ୩୦ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ କରୋନା ଟିକା ଲଗାଯିବ । ଏହାପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସହ ପୁରୁଣା ରୋଗରେ ପୀଡିତ ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ।

ଟିକାକରଣ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦେଶରେ ଜରୁରୀ ବ୍ୟବହାର ପାଇଁ ଦୁଇଟି ଟିକା ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଭାରତୀୟ ଔଷଧ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଟିକାକରଣ ପୂର୍ବରୁ ଦେଶବ୍ୟାପୀ ଶୁକ୍ରବାର ମକ୍‌ଡ୍ରିଲ ହୋଇଥିଲା । ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ଏନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ।

Comments are closed.