ଟିକା ନେବା ଲୋକଙ୍କ ଇଚ୍ଛାଧୀନ ହେବ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ – ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବନି । ଏହା ଲୋକଙ୍କ ଇଚ୍ଛାଧୀନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ପାଇଁ ଭାରତରେ ଯେଉଁ ଟିକା ସବୁ ବିକଶିତ ହେଉଛି, ତାହା ଅନ୍ୟ ଦେଶର ଟିକା ଭଳି ପ୍ରଭାବୀ ହେବ ବୋଲି ମନ୍ତ୍ରାଳୟ କହିଛି । ମନ୍ତ୍ରାଳୟ କହିଛି ଯେ, ଟିକା ନେବା ଲୋକଙ୍କ ଇଚ୍ଛା ଉପରେ ନିର୍ଭର କରୁଛି । ତଥାପି ସମସ୍ତଙ୍କୁ ଟିକାର ପୂରା ଡୋଜ୍ ନେବାକୁ ପରାମର୍ଶ ଦିଆଯାଉଛି । କାରଣ ଏହା ରୋଗ ବିରୋଧରେ ମଜବୁତ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବ । ଟିକାର ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ ଆଣ୍ଟିବଡ଼ିର ଏକ ସୁରକ୍ଷା ସ୍ତର ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

ସାଧାରଣ ଜନତାଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଓ ସଂଶୟ ଦୂର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୋଭିଡ୍‌-୧୯ ଟିକା ସମ୍ବନ୍ଧୀୟ କିଛି ଜଣା-ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ସମ୍ବଳିତ ଏକ ତାଲିକା ପ୍ରସ୍ତୁତ କରିଛି । ଭାରତରେ ବିକଶିତ ହେଉଥିବା ଟିକା ଏବେ ଟ୍ରାଏଲର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଦେଶରେ ଟିକାକରଣ କାର୍ଯର୍୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.