ଆମେରିକା ଇତିହାସରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି: ବିଡେନ୍

ୱାଶିଂଟନ୍ – ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ଆମେରିକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କିମ୍ବା ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ୧୨ ଦିନ ପୂର୍ବରୁ ତାଙ୍କୁ ହଟାଇବା ପ୍ରଶ୍ନ ଉପରେ ବିଡେନ କହିଛନ୍ତି ଯେ ଜାନୁଆରୀ ୨୦ ରେ ତାଙ୍କ ଶପଥଗ୍ରହଣ ଟ୍ରମ୍ପଙ୍କୁ ହଟାଇବାର ତ୍ବରିତ ଉପାୟ। ଡେଲାୱେରରେ ବିଡେନ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କହିଆସୁଛି ଯେ ସେ (ଟ୍ରମ୍ପ) ଏହି ପଦବୀରେ ରହିବାକୁ ଯୋଗ୍ୟ ନୁହଁନ୍ତି। ସେ ଆମେରିକା ଇତିହାସରେ ସବୁଠାରୁ ଅପାରଗ ରାଷ୍ଟ୍ରପତି ‌ । ତେଣୁ ତାଙ୍କୁ ହଟାଇବାର ବିଚାର ମୋ ପାଇଁ କୌଣସି ମାନେ ରଖୁନାହିଁ । ସେ କହିଛନ୍ତି, ଜାନୁଆରୀ ୨୦ରେ ତାଙ୍କ ଶପଥ ଗ୍ରହଣ ହିଁ ଟ୍ରମ୍ପଙ୍କୁ ହଟାଇବାର ତ୍ବରିତ ଉପାୟ। ତା’ ପୂର୍ବରୁ କିମ୍ବା ପରେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ କଂଗ୍ରେସ ନିଷ୍ପତ୍ତି ନେବ। ମୁଁ ତାଙ୍କ ପଦ ଛାଡିବାକୁ ଅପେକ୍ଷା କରିଛି। ନବ ନିର୍ବାଚିତ ରାଷ୍ଟ୍ରପତି ବିଡେନ କହିଛନ୍ତି ଯେ ଟ୍ରମ୍ପଙ୍କ ବିଷୟରେ ସେ ଯାହା ଭାବିଥିଲେ ତାଠାରୁ ଟ୍ରମ୍ପ ଆହୁରି ବଳି ଯାଇଛନ୍ତି । ବିଡେନ କହିଛନ୍ତି, ଟ୍ରମ୍ପଙ୍କ ଯୋଗୁଁ ଦେଶ ଏବଂ ଆମକୁ ସାରା ବିଶ୍ୱରେ ଲଜ୍ଜିତ ହେବାକୁ ପଡ଼ିଛ।

Comments are closed.