କରୋନା ଅପଡେଟ୍‌: ଆଉ ୧୯,୫୫୬ ନୂଆ ରୋଗୀ, ୬ ମାସ ପରେ ଦୈନିକ ମାମଲା ୨୦ ହଜାର ତଳେ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଖସୁଛି । ଗତ କିଛି ସପ୍ତାହ ଧରି ଦୈନିକ ମାମଲା ସହ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୯,୫୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୬ ମାସ ପରେ ଦୈନିକ ମାମଲା ୨୦ ହଜାର ତଳକୁ ଖସିଛି । ନୂଆ ରୋଗୀଙ୍କୁ ମିଶାଇ ଦେଶରେ ଏବେ ମୋଟ ମାମଲା ୧ କୋଟି ୭୫ ହଜାର ୧୧୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ଦିନକରେ ଆଉ ୩୦୩୭୬ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୦୧ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ଲକ୍ଷ ୩୬ ହଜାର ୪୮୭ ଜଣ ଲୋକ ଏହି ରୋଗରୁ ସୁସ୍ଥ ହୋଇସାରିଛନ୍ତି । ଅନ୍ୟପକ୍ଷ ଏହି ମହାମାରୀ ଏଯାବତ ୧ ଲକ୍ଷ ୪୬ ହଜାର ୧୧୧ ଲୋକଙ୍କ ଜୀବନ ନେଇଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ବି ୩ ଲକ୍ଷ ତଳକୁ ଖସିଛି । ଏବେ ମାତ୍ର ୨ ଲକ୍ଷ ୯୨ ହଜାର ୫୧୮ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.