ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି ସର୍ବକାଳୀନ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣିତ କ୍ଷେତ୍ରରେ ରାମାନୁଜନଙ୍କ ଭଳି ଯୋଗଜନ୍ମାଙ୍କ ଅବଦାନ ଥିଲା ଅସାଧାରଣ । ବିଶ୍ୱର ବିଦ୍ୱାନ ଓ ଯୁବ ସମାଜ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ।

Comments are closed.