ଭକ୍ତଙ୍କ ପାଇଁ ଖୋଲିଲା ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ- ୯ ମାସ ପରେ ଭଦ୍ରକ ଜିଲ୍ଲାର ଆରଡି ସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲିଛି । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଲୋକେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ । ୩୦ ଓ ୩୧ ତାରିଖରେ ସ୍ଥାନୀୟ ୪ଟି ପଂଚାୟତର ଲୋକ ଦର୍ଶନ କରିବା ବ୍ୟବସ୍ଥା ହୋଇଛି । ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ ।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ । ଭକ୍ତ ମନ୍ଦିର ଭିତରକୁ କୌଣସି ପୂଜା ସାମଗ୍ରୀ ଓ ଦୀପ ନେଇପାରିବେ ନାହିଁ । ମନ୍ଦିର ଭିତରେ ଓ ବାହାରେ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Comments are closed.