ରାଉରକେଲାର ୩ଟି ଶିଳ୍ପ ସଂସ୍ଥା ୧୭୦ କୋଟିର ଟିକସ ଫାଙ୍କିଛନ୍ତି

ରାଉରକେଲା- ରାଉରକେଲାର ୩ ଶିଳ୍ପ ସଂସ୍ଥା ନାଁରେ ୧୭୦ କୋଟିର ଟିକସ ଫାଙ୍କି ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ ସହ ସଂପୃକ୍ତ ୩ଟି ଶିଳ୍ପ ସଂସ୍ଥା ଟିକସ ଫାଙ୍କିଛନ୍ତି । ଗତ ୩ ତାରିଖରେ ଏସବୁ ଶିଳ୍ପ ସଂସ୍ଥାରେ ଆୟକର ବିଭାଗ ଚଢାଉ କରିଥିଲା । ଟିକସ ଫାଙ୍କିଥିବା ଅଭିଯୋଗରେ ଦିଲ୍ଲୀରେ ୧୭ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.