ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ମହାରାଷ୍ଟ୍ରର କିଛି ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଓଡିଶାରେ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ସଠିକ ଭାବେ ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ଚିଠି ଲେଖିଛନ୍ତି ।

ମହାରାଷ୍ଟ୍ରର ପରିସ୍ଥିତି ଓଡିଶାରେ ବି ଉପୁଜିପାରେ । ତେଣୁ ସତର୍କ ରହିବା ସହ କୋଭିଡ ନିୟମ କଡାକଡି ଭାବେ ଯେଭଳି ପାଳନ ହେବ, ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଜନଗହଳି ସ୍ଥାନରେ କଟକଣା ଲଗାଯିବା ସହ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯିବ ବୋଲି ଚିଠିଲେ ଉଲ୍ଲେଖ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Comments are closed.