ରାଜ୍ୟ ବଜେଟ ଅଭିବୃଦ୍ଧିକାରୀ ଓ ଲୋକାଭିମୁଖୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ ବୋଲି କହିଛନ୍ତି ନବୀନ । ‘ନୂଆ ଓଡିଶା’ –କ୍ଷମତାସଂପନ୍ନ ଓଡିଶାର ଯାତ୍ରା ଅଭିମୁଖେ ଏଥରର ବଜେଟ ଏକ ସଫଳ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରୋନା ଭଳି ଦୃଶ୍ୟପଟ୍ଟରେ ଭଲ୍ ବଜେଟ୍ ପ୍ରସ୍ତୁତ କରିଥିବାରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.